ଆମ କୃଷି 🌾ଭାଗ -04
*🌾ଆମ ଗୋ ଆଧାରିତ କୃଷି 🌾ଭାଗ -04🌳* ଆପଣ ଜାଣନ୍ତି... କୃଷି ପାଇଁ ଯେତେ ସବୁ ମୁଖ୍ୟ ଉପଦାନ ଦରକାର ମାଟିର ଉର୍ବରତା ଶକ୍ତି ବଢେଇବା ପାଇଁ, କେଉଁ ଉପାଦାନ କୃଷି କାର୍ଯ୍ୟ ପାଇଁ ଅଧିକ ଉପଯୋଗୀ ହୋଇଥାଏ ? ଏହାର ଉତ୍ତର ହେଲା କାର୍ବନ ଉପଦାନ l ଏବଂ ଏହି କାର୍ବନ ଉପାଦାନର ମୁଖ୍ୟ ସ୍ରୋତ ହେଲା ଜୀବଜଗତର ଦେହାବଶେଷ l ଆଜିର ଗୋ ଆଧାରିତ କୃଷିରେ ଆପଣଙ୍କ ପାଇଁ ରହିଛି କେମିତି ଆମେ ଅତି ସରଳ ଉପାୟରେ କାର୍ବନ ଉପାଦାନକୁ ମାଟିକୁ ଦେଇ ଚାଷ କାମରେ ଅଧିକ ଅମଳ ପାଇପାରିବା l 300 kg ଗୋବରରେ 3000 kg ଖତ ତିଆରି କରିବା, କେବଳ 3 ମାସ ଭିତରେ ଟଙ୍କାଟିଏ ଖର୍ଚ୍ଚ ନକରି l ଏବେ ତଳ ଜିନିଷ ପଢ଼ିବା ଆରମ୍ଭ କରନ୍ତୁ... 1)- ସର୍ବପ୍ରଥମେ ଏକ 14 ଫୁଟ ଲମ୍ବ ଓ 7 ଫୁଟ ଚଉଡାର ଏକ ଜମି ନିଆଯାଉ l ସେହି ଜମି ଉପରେ ଗୋଟିଏ ଇଞ୍ଚ ମୋଟା ଆକାରର ଗୋବର ଓ ପାଣି ମିଶ୍ରିତ ଲେପ ଦିଆଯାଉ l 2)- ତାଉପରେ 5-7 ଇଞ୍ଚ ର ମୋଟା କେବଳ ମାଟି ଦିଆଯାଉ ତାପରେ 50 kg ଗୋବର 5 ଲିଟର ଗୋମୂତ୍ର ଏବଂ 100 ଲିଟର ପାଣି ମିଶେଇ ତାକୁ ସିଞ୍ଚନ କରାଯିବ l 3)- ତାପରେ 5 ଇଞ୍ଚର ମୋଟା ଆକାରର ଅନାବନା ଘାସ, ଗଛ ପତ୍ର ଲତାର ଅବଶିଷ୍ଟାଂଶ ଆଦିକୁ ଛୋଟ ଛୋଟ ଖଣ୍ଡ କରି ତାଉପରେ ପକେଇବେ l ଗୋବର ପାଣିରେ ପୁଣି ସେହି ପ୍ରକାରରେ ସିଞ୍ଚନ କରିବେ l ଗୋବର ଯେତିକି ତାଜା ରହିବ ସେତିକି ଭଲ ପରିଣାମ ଆସିବ l 4)- ତାପରେ ପୁଣି ମାଟି 10 ଇଞ୍ଚ ପକାନ୍ତ...