ଆମ କୃଷି 🌾ଭାଗ -04

*🌾ଆମ ଗୋ ଆଧାରିତ କୃଷି 🌾ଭାଗ -04🌳*

ଆପଣ ଜାଣନ୍ତି... କୃଷି ପାଇଁ ଯେତେ ସବୁ ମୁଖ୍ୟ ଉପଦାନ ଦରକାର ମାଟିର ଉର୍ବରତା ଶକ୍ତି ବଢେଇବା ପାଇଁ, କେଉଁ ଉପାଦାନ କୃଷି କାର୍ଯ୍ୟ ପାଇଁ ଅଧିକ ଉପଯୋଗୀ ହୋଇଥାଏ ?  ଏହାର ଉତ୍ତର ହେଲା କାର୍ବନ ଉପଦାନ l ଏବଂ ଏହି କାର୍ବନ ଉପାଦାନର ମୁଖ୍ୟ ସ୍ରୋତ ହେଲା ଜୀବଜଗତର ଦେହାବଶେଷ l ଆଜିର ଗୋ ଆଧାରିତ କୃଷିରେ ଆପଣଙ୍କ ପାଇଁ ରହିଛି କେମିତି ଆମେ ଅତି ସରଳ ଉପାୟରେ କାର୍ବନ ଉପାଦାନକୁ ମାଟିକୁ ଦେଇ ଚାଷ କାମରେ ଅଧିକ ଅମଳ ପାଇପାରିବା l 300 kg ଗୋବରରେ 3000 kg ଖତ ତିଆରି କରିବା, କେବଳ 3 ମାସ ଭିତରେ ଟଙ୍କାଟିଏ ଖର୍ଚ୍ଚ ନକରି l ଏବେ ତଳ ଜିନିଷ ପଢ଼ିବା ଆରମ୍ଭ କରନ୍ତୁ... 

1)- ସର୍ବପ୍ରଥମେ ଏକ 14 ଫୁଟ ଲମ୍ବ ଓ 7 ଫୁଟ ଚଉଡାର ଏକ ଜମି ନିଆଯାଉ l ସେହି ଜମି ଉପରେ ଗୋଟିଏ ଇଞ୍ଚ ମୋଟା ଆକାରର ଗୋବର ଓ ପାଣି ମିଶ୍ରିତ  ଲେପ ଦିଆଯାଉ l

2)- ତାଉପରେ 5-7 ଇଞ୍ଚ ର ମୋଟା କେବଳ ମାଟି ଦିଆଯାଉ ତାପରେ 50 kg ଗୋବର 5 ଲିଟର ଗୋମୂତ୍ର ଏବଂ 100 ଲିଟର ପାଣି ମିଶେଇ ତାକୁ  ସିଞ୍ଚନ କରାଯିବ l

3)- ତାପରେ 5 ଇଞ୍ଚର ମୋଟା ଆକାରର ଅନାବନା ଘାସ, ଗଛ ପତ୍ର ଲତାର ଅବଶିଷ୍ଟାଂଶ ଆଦିକୁ ଛୋଟ ଛୋଟ ଖଣ୍ଡ କରି ତାଉପରେ ପକେଇବେ l ଗୋବର ପାଣିରେ ପୁଣି ସେହି ପ୍ରକାରରେ ସିଞ୍ଚନ କରିବେ l ଗୋବର ଯେତିକି ତାଜା ରହିବ ସେତିକି ଭଲ ପରିଣାମ ଆସିବ l

4)- ତାପରେ ପୁଣି ମାଟି 10 ଇଞ୍ଚ ପକାନ୍ତୁ ଏବଂ ଗୋବର ପାଣି ସିଞ୍ଚନ କରିବେ l ତାଉପରେ ପୁଣି ଡାଳପତ୍ର 5 ଇଞ୍ଚ ପକାଇ ଗୋବର ପାଣି ସିଞ୍ଚନ କରିବେ l

5)- ଏମିତି ଏକ 4 ଫୁଟିଆ ପିରାମିଡ଼ ଆକାରର ହେଇଗଲେ ତାକୁ ଚାରି ପଟରୁ  ମୋଟା ଗୋବରର ଲେପ  ଦେବା ଆରମ୍ଭ କରନ୍ତୁ  l ଏକ ଛାଇ ଜାଗାରେ ଏସବୁ କ୍ରିୟା କରିବେ l ପ୍ଲାଷ୍ଟିକ ଜିନିଷ ଯେମିତି ନରହେ ସେଥିପ୍ରତି ଧ୍ୟାନ ଦେଵେ l ବାହାରୁ ଆଣି କୌଣସି ଜିଆ ପକାନ୍ତୁ ନାହିଁ l କାରଣ ଜିଆ ସ୍ୱତଃପ୍ରବୃତ ଭାବେ ଗୋବର ଗଦାରେ ପ୍ରକଟ ହୋଇ ଖତ ତିଆରି କରିବା ଆରମ୍ଭ କରିଦିଏ l 

👉 ଖତ ତିଆରି ହେଉଥିବା ସମୟରେ ଖତର ଏକ ନିର୍ଦ୍ଧିଷ୍ଟ ଆଦ୍ରତା ସବୁବେଳେ ମେଣ୍ଟେନ ହେଉଥିବା ଦରକାର ତା ଠାରୁ କମିଗଲେ ଆପଣ ପାଣି ସିଞ୍ଚନ ନିଶ୍ଚୟ କରିବାକୁ ପଡିବ l

👉 ପ୍ରବଳ ବର୍ଷା ଦାଉରୁ ଏହି ଖତ ଗଦାକୁ ରକ୍ଷା କରୁଥିବେ l

ଏହି ଖତ ପ୍ରାକୃତିକ ହିସାବରେ ତିଆରି ହେଇଛି ଏଥିରେ ପ୍ରାକୃତିକ ଜିଆ ସବୁ ରହିଛନ୍ତି ତେଣୁ ଏହି ଖତ ମାଟିରେ ପ୍ରୟୋଗ ହେଲେ ଏହା କୃଷି ଓ କୃଷକ ପାଇଁ ମଙ୍ଗଳକାରୀ ହେବା ସହିତ ମାଟିରେ ଅଧିକ କାର୍ବନ ପ୍ରତିଶତ ବଢ଼େଇଥାଏ ଯାହା ଫଳରେ ଅଧିକ ଅମଳ ହୁଏ l

ସମସ୍ତ ଚାଷୀମାନେ ଏହି ପ୍ରକ୍ରିୟାକୁ ନିଶ୍ଚୟ କରିବା ପାଇଁ ଚେଷ୍ଟା କରିବେ ଏହା ହିଁ ଆମର ଆଶା l


Comments

Popular posts from this blog

002 ଜୈବିକ ଚାଷ

001 କିପରି କରିବେ ସଜନା ଚାଷ

003 କାଲି ହଳଦୀ