ଆମ କୃଷି 🌱🌾 ଭାଗ - ୧

*🌱🌾ଆମ କୃଷି 🌱🌾 ଭାଗ - ୧* 

ସମସ୍ତ କୃଷକ ବନ୍ଧୁମାନଙ୍କୁ ପ୍ରଣାମ 🙏 ଆଜିର ଗୋ ଆଧାରିତ କୃଷି ର ପ୍ରଥମ ଭାଗରେ ଆପଣଙ୍କ ପାଇଁ ରହିଛି.... 
👉 ଚାଷ କାହାକୁ କୁହାଯାଏ? 

👉 କୃଷି ଓ କୃଷକ ଶବ୍ଦର ଅର୍ଥ କଣ? 

👉 ଚାଷ ପାଇଁ ମୂଳତଃ କେଉଁ ସବୁ ଉପାଦାନର ଆବଶ୍ୟକ ହୋଇଥାଏ? 

ଚାଷ କହିଲେ କୌଣସି ଜିନିଷ ଏକରୁ ଅନେକ ସୃଷ୍ଟି ହେବା ବା ବହୁଗୁଣିତ ହେବାକୁ ବୁଝାଏ l ଉଦାହରଣ ଗୋଟିଏ ଧାନ ମଞ୍ଜିରୁ ଗୋଟିଏ ଗଛ ହୋଇ ତାହା ଅନେକ ଗୁଣ ଧାନ ମଞ୍ଜି ଆମକୁ ଦେଇଥାଏ l ଯେଉଁ ପ୍ରକ୍ରିୟାରେ ଗୋଟିଏ ଧାନ ମଞ୍ଜିରୁ ଅନେକ ଗୁଡିଏ ଧାନ ମଞ୍ଜି ତିଆରି ହେଲା ତାକୁ ଚାଷ କୁହାଗଲା l 

 *କୃଷି ଓ କୃଷକ କାହାକୁ କୁହାଯାଏ ?* 

କୃଷି ଶବ୍ଦ *'କୃଷ୍ ବିଲେଖନେ'* ଧାତୁରୁ ନିଷ୍ପନ୍ନ ହୋଇଛି। ଯାହାର ଅର୍ଥ 'ରେଖା ଅଙ୍କନ କରିବା - କର୍ଷଣ ବା ହଳ କରିବା' । ଏଣୁ କୃଷି ଏକ କାର୍ଯ୍ୟ ବା କ୍ରିୟା ଯାହାକି ଜମିକୁ କର୍ଷଣ କରି ଚାଷ କରାଯାଇ ଜୀବଜଗତ ପାଇଁ ଶସ୍ୟ ଉତ୍ପନ୍ନ କରାଯାଏ l କୃଷକ  *‛ୟଃ କର୍ଷତି ସଃ କୃଷକଃ’* ଅର୍ଥାତ୍ ଯେ କୃଷି କାର୍ଯ୍ୟ କରେ ସେ କୃଷକ  ମାନେ ହେଲା 'ଯେ ହଳ କରେ' l ଚାଷୀ ଓ କୃଷକ ଭିତରେ ପ୍ରଭେଦ ଅଛି l ପୁରାଣ ଅନୁସାରେ କେବଳ ବୈଶ୍ୟମାନେ ହିଁ ପ୍ରକୃତ କୃଷକ ଅଟନ୍ତି ଅର୍ଥାତ୍ ଜାହାଙ୍କ ଗୁଣକର୍ମ ସ୍ବଭାବ ସ୍ବତଃ ପ୍ରବୃତ୍ତ ଭାବେ ନିଜର ତଥା ସମାଜର କଲ୍ୟାଣ ଉଦ୍ଦେଶ୍ୟ ନେଇ କୃଷିକାର୍ଯ୍ଯ ନିମିତ୍ତ ଆକର୍ଷିତ ହେଉଥିବ।

 *ଚାଷ ପାଇଁ କଣ ସବୁ ଉପାଦାନ ଦରକାର?* 

ପୃଥିବୀ ଭିତରେ କୌଣସି କାମ ସମ୍ପାଦନ କରିବା ପାଇଁ ଆମକୁ ପଞ୍ଚମହାଭୁତର ଆବଶ୍ୟକ ପଡିଥାଏ l କୃଷି ଓ ଚାଷ କାମ ପାଇଁ ମଧ୍ୟ ଏହି ପାଞ୍ଚଟା ଜିନିଷ ଦରକାର l  

 *1- ମାଟି(ପୃଥିବୀ ତତ୍ତ୍ୱ)* 

ଗଛ ପାଇଁ ୨ ପ୍ରକାର ମୌଳିକ ଉପାଦାନ ଆବଶ୍ୟକ କରେ ଯାହାକି ମାଟିରୁ ଗଛକୁ ମିଳେ l ଗୋଟିଏ ହେଲା ବୃହତ ଉପାଦାନ ଆଉ ଗୋଟେ ହେଲା କ୍ଷୁଦ୍ର ଉପାଦାନ l ବୃହତ ଉପାଦାନ ଗୁଡିକ ହେଲା :- ଯବକ୍ଷାରଜାନ, ପୋଟାସ, ଫୋସ୍ଫରସ, ଉଦଜାନ, କାର୍ବନ, ଅମ୍ଳଜାନ, କ୍ୟାଲସିୟମ, ସଲଫର, ମାଗ୍ନେସିଅମ ଇତ୍ୟାଦି l ଏହି ଉପାଦାନ ଯଥେଷ୍ଟ ପରିମାଣରେ ଗଛକୁ ଦରକାର ସେଥିପାଇଁ ଏମାନଙ୍କୁ ବୃହତ ଉପାଦାନ କୁହାଯାଏ l କ୍ଷୁଦ୍ର ଉପାଦାନ ଗୁଡିକ ହେଲେ :- ଲୌହ, ବୋରନ, ଜିଙ୍କ, ମାଙ୍ଗାନିଜ, ମୋଲେବଡେନମ, ସୋଡ଼ିଅମ, କ୍ଲୋରିନ, ସିଲିକନ ଇତ୍ୟାଦି l ଏହି ଉପାଦାନଗୁଡିକ ଗଛ ପାଇଁ ବେଶୀ ଦରକାର ହେଉନଥିବାରୁ ଏମାନଙ୍କୁ କ୍ଷୁଦ୍ର ଉପାଦାନ କୁହାଯାଏ l ଆମେ ପରବର୍ତ୍ତୀ ପୋଷ୍ଟ ଗୁଡିକରେ ଏହି ଉପାଦାନ ବିଷୟରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିବା l

 *2- ଜଳ (ଜଳ ତତ୍ତ୍ୱ)* 

ଗଛ ପାଇଁ ସର୍ବାଧିକ ଆବଶ୍ୟକ ହେଉଥିବା ଉପାଦାନ ହେଲା ଜଳ l ଖାଦ୍ୟ ତିଆରି, ଶ୍ୱସନ କ୍ରିୟା, ଉସ୍ପେଦନ କ୍ରିୟା, ଜରୁରୀ ଉପାଦାନକୁ ବିଭିନ୍ନ ଜାଗାରେ ପହଞ୍ଚାଇବା, ପରସାରାଣୀ (ଅସମୋଟିକ) ଚାପ ଆଦି ବିଭିନ୍ନ ଜରୁରୀ କାର୍ଯ୍ୟରେ ସାହାଯ୍ୟ କରେ l

 *3- ସୂର୍ଯ୍ୟାଲୋକ (ଅଗ୍ନି ତତ୍ତ୍ୱ)* 

ଖାଦ୍ୟ ତିଆରି ପାଇଁ ବହୁତ ଜରୁରୀ ଉପାଦାନ l ସୂର୍ଯ୍ୟଙ୍କ ଆଲୋକରେ ଥିବା ଲୋହିତ ରଶ୍ମି ଏହି ଖାଦ୍ୟ ତିଆରି କରିବାରେ ସାହାଯ୍ୟ କରେ l ସୂର୍ଯ୍ୟାଲୋକ ଅଗ୍ନି ତତ୍ତ୍ୱର କାମ କରେ ଏବଂ ଗଛର ପ୍ରତିରୋଧ ଶକ୍ତି ବଢେଇବା ଏବଂ ରୋଗ ଜୀବାଣୁ ଦାଉରୁ ରକ୍ଷା କରେ l ଆଗାମୀ ପୋଷ୍ଟରେ ସବିଶେଷ ଆଲୋଚନା କରିବା l

 *4- ପବନ(ବାୟୁ ତତ୍ତ୍ୱ)* 

ଏହି ଉପାଦାନ ବଂଶ ବିସ୍ତାର ଠାରୁ ଆରମ୍ଭ କରି ପତ୍ର, ଫଳ ପାଚିବା ଆଦି କାର୍ଯ୍ୟରେ ସାହାଯ୍ୟ କରେ ଏବଂ ଗଛକୁ  ଶ୍ୱସନ କ୍ରିୟା ଦ୍ୱାରା ଅମ୍ଳଜାନ ଓ ଆଲୋକସଂସ୍ଲେସଣ କ୍ରିୟା ଦ୍ୱାରା ଗଛକୁ ଅତି ଆବଶ୍ୟକ କାର୍ବନ ଉପାଦାନ ଯୋଗାଇଥାଏ l

 *5- ଗୋ ଓ ମଣିଷ ଶକ୍ତି (ଆକାଶ ତତ୍ତ୍ୱ)* 

ଯେଉଁ ଶସ୍ୟ ଗୋ ଆଧାରିତ କୃଷି ଏବଂ ପ୍ରଫୁଲ୍ଲିତ କୃଷକ ମାଧ୍ୟମରେ ଉତ୍ପନ୍ନ ହୋଇଥାଏ ସେଇ ଶସ୍ୟ ଭିତରେ ଆକାଶ ତତ୍ତ୍ୱ ବା ଆଭାମଣ୍ଡଳ ଅଧିକ ବିକଶିତ ଥାଏ l ସେଥିରେ କୌଣସି ବିଷ ତତ୍ତ୍ୱ ନଥାଏ l ଏହି ଶସ୍ୟକୁ ଜୀବ ଖାଇଲେ ଜୀବର ବିକାଶ ହୁଏ l ଏଥିରେ ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ୱ ଅଧିକ ମିଳେ ତେଣୁ ବୃଦ୍ଧାବସ୍ଥା ବିଳମ୍ବିତ ହୁଏ l ଏହାର ଓଲଟା ଯଦି ରାସାୟନିକ ଉପାୟରେ ଚାଷ କରାଯାଏ ତାହେଲେ ଯେଉଁ ଶସ୍ୟ ଉତ୍ପନ୍ନ ହୁଏ ସେଥିରେ ବହୁତ କମ ଆକାଶ ତତ୍ତ୍ୱ ରହିଯାଏ ଏବଂ ପଞ୍ଚମହାଭୁତର ସଂରଚନା ବିଗିଡି ଯାଇ ଅଗ୍ନି ତତ୍ତ୍ୱ ଓ ପୃଥିବୀ ତତ୍ତ୍ୱ ଅଧିକ ବଢ଼ିଯାଏ l ତାକୁ ଖାଇଲେ ଆମକୁ ନାନାଦି ରୋଗ ହୋଇଥାଏ ସେଥିପାଇଁ ପ୍ରସନ୍ନ ମନରେ ଏବଂ ଗୋବଂଶ ସହାୟତାରେ କୃଷି କାର୍ଯ୍ୟ କରିବା ଉଚିତ l ଗାଈ ପାଖରେ ଯେଉଁ ପରିମାଣରେ ଆଭାମଣ୍ଡଳ ପରିଲକ୍ଷିତ ହୋଇଥାଏ ପୃଥିବୀର ଅନ୍ୟ କୌଣସି ପ୍ରାଣୀ ଭିତରେ ସେତିକି ପରିମାଣରେ ଆଭାମଣ୍ଡଳ ଦେଖାଯାଏ ନାହିଁ l

 *ଆଗାମୀ ଭାଗରେ ଆମେ ଆପଣଙ୍କ ପାଇଁ ଆଣିବୁ :- ଭାଗ -୨* 
 *କେମିତି କୃଷି କାର୍ଯ୍ୟ କଲେ ପରିବେଶ ସୁରକ୍ଷିତ ହୋଇଥାଏ?*

 ସେତେବେଳ ଯାଏଁ ଜୈବିକ ଗୋ ଆଧାରିତ କୃଷି ପାଇଁ ଏହି ଖରିଫରେ ଯୋଜନା ତିଆରି କରିରଖନ୍ତୁ l


Comments

Popular posts from this blog

002 ଜୈବିକ ଚାଷ

001 କିପରି କରିବେ ସଜନା ଚାଷ

003 କାଲି ହଳଦୀ