ଆମ କୃଷି 🌾 ଭାଗ - ୩

*🌾ଆମ ଗୋ ଆଧାରିତ କୃଷି 🌾 ଭାଗ - ୩(କ)* 

କୃଷି ପାଇଁ ସବୁଠାରୁ ମୂଳ ଦରକାରୀ ଉପାଦାନ କେଉଁଟା?? ଉତ୍ତର ଆସିବ ମଞ୍ଜି l ଯଦି ଆପଣଙ୍କୁ ପଚରାଯାଏ କେଉଁ ମଞ୍ଜି ସବୁଠୁ ଭଲ :- ହାଇବ୍ରିଡ଼ ନା ଦେଶୀ?? ହାଇବ୍ରିଡ଼ ମଞ୍ଜି ମଣିଷ କୃତ, ମଣିଷ ତାକୁ ଲୋଭ ବଶତଃ ତିଆରି କଲା ଯେପରିକି ସେ ମାଟି ଉପରେ ଅଧିକ ଅତ୍ୟାଚାର କରି ପଇସା ତିଆରି କରିପାରିବ l ନା ରହିଲା ସ୍ୱାସ୍ଥ୍ୟ ନା ରହିଲା ସ୍ୱାଦ ନା ରହିଲା ଭଲ ଗନ୍ଧ ତଥାପି ମଣିଷ ପଇସାକୁ ପ୍ରାଧାନ୍ୟ ଦେଇ ଏହାକୁ ଗୁରୁତ୍ୱ ଦେଇ ଚାଲିଲା l ପୂର୍ବ କାଳରେ ଧାନ ଗଛରେ ଏତେ ସବୁ ରୋଗ ରହୁନଥିଲା ଆଜି କାହିଁ ଏତେ ରୋଗ ଆସିଲା? ମଞ୍ଜିରୁ ନୁହେଁ ତ? ଉତ୍ତର ଖୋଜନ୍ତୁ...  କଣ ଦେଶୀ ମଞ୍ଜି ଅଧିକ ଅମଳକ୍ଷମ ହେଇପାରିବ ନାହିଁ? ନା ଆଜି ପର୍ଯ୍ୟନ୍ତ ଆମେ ସତ୍ୟ ଜାଣିପାରିନାହୁଁ??  ଉତ୍ତର ଜାଣିବା ଆଜିର ଗୋ ଆଧାରିତ କୃଷି କଥାରୁ....

 *ଦେଶୀ ବିହନର ଆବଶ୍ୟକତା* 

👉 ପ୍ରକୃତିରୁ ସୃଷ୍ଟ ବିହନକୁ ଦେଶୀ ବିହନ କୁହାଯିବ l ଏହି ବିହନରେ ପଞ୍ଚମହାଭୁତ ଠିକ ନିୟନ୍ତ୍ରିତ ଅବସ୍ଥାରେ ଥାଏ l ତେଣୁ ମାଟି, ପାଣି ପବନ ସହିତ ଭଲ ଭାବରେ ମିଶି ପାରେ ଏବଂ ଯେଉଁ ଅନ୍ନ ଆମକୁ ଦିଏ ସେଥିରେ ଆମକୁ ରୋଗ ପ୍ରତିରୋଧ ଶକ୍ତି ମିଳେ l ହାଇବ୍ରିଡ଼ ଜିନିଷ ଏହାର ଓଲଟା କାମ କରେ l

👉 ଦେଶୀ ବିହନ ପରିବେଶ ସୁରକ୍ଷା କରେ l ମାଟିରୁ ଏକ ବୈଜ୍ଞାନିକ ଅନୁପାତ ରେ ଖାଦ୍ୟସାର ଗ୍ରହଣ କରେ ଯେପରିକି ମାଟିର ସ୍ୱାସ୍ଥ୍ୟ ଉର୍ବରକ ରହିବ l ହାଇବ୍ରିଡ଼ ମଞ୍ଜିରୁ ହେଇଥିବା ଗଛର ଚେର ମାଟି ଭିତରକୁ ଅଧିକ ଯାଏ ଏବଂ ଅଧିକ ପରିମାଣରେ ଖାଦ୍ୟସାର ଶୋଷିନିଏ l ଭବିଷ୍ୟତ ପାଇଁ କିଛି ରଖେ ନାହିଁ l

👉 ଦେଶୀ ବିହନ ପ୍ରାକୃତିକ ଦୁର୍ବିପାକ ବା ମରୁଡି ବା ବନ୍ୟା ସହିଷ୍ଣୁ ହୋଇଥାଏ l ଏଥିରେ ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ଅଧିକ ଥାଏ l କିନ୍ତୁ ହାଇବ୍ରିଡ଼ରେ କେବଳ କିଛିଟା ରୋଗ ବା ପ୍ରାକୃତିକ ଦୁର୍ବିପାକକୁ ସହିବାର କ୍ଷମତା ଥାଏ ଯେଉଁଟା ତାରି ଭିତରେ ଫିଟ କରାଯାଇଥିବ l ଏହା ସବୁ ରୋଗ ବା ପୋକକୁ ପ୍ରତିରୋଧ କରିପାରେନାହିଁ l

👉 ଦେଶୀ ମଞ୍ଜି ମଧ୍ୟ ଅଧିକ ଅମଳକ୍ଷମ ହେଇପାରେ ଯଦି ଠିକ ଦେଶୀ ମଞ୍ଜି ବଛାଯାଏ ଏବଂ ତାକୁ ବୈଜ୍ଞାନିକ ହିସାବରେ ଚାଷ କରାଯାଏ l ମଞ୍ଜି ହେଉଛି ମୂଳ ଉତ୍ପାଦନ ବଢେଇବା ପାଇଁ l ଯଦି ରୋଗୀଣା ମଞ୍ଜି ନେବା ତାହେଲେ ତାହା ଭଲ ଶସ୍ୟ ଆମକୁ ଦେବ ନାହିଁ l ଯଦି ମଞ୍ଜିକୁ ପ୍ରଥମରୁ ହିଁ ଶକ୍ତିଶାଳୀ କରିଦେବା ତାହେଲେ ନିଶ୍ଚୟ ଏହା ଅଧିକ ଅମଳ ଦେବ l *ଆମର ପରବର୍ତ୍ତୀ ପୋଷ୍ଟରେ ଆସିବ ଅଗାଡି ବା ରୋଗୀଣା ମଞ୍ଜିକୁ କେମିତି ଅଲଗା କରିବେ ଭଲ ବିହନ ଠାରୁ l*

*🌾ଆମ ଗୋ ଆଧାରିତ କୃଷି 🌾 ଭାଗ - ୩(ଖ)* 

 ଆଜିର ଗୋ ଆଧାରିତ କୃଷିରେ ଆପଣଙ୍କ ପାଇଁ ରହିଛି:- *ଅଗାଡି ବା ରୋଗୀଣା ମଞ୍ଜିକୁ କେମିତି ଅଲଗା କରିବେ ଭଲ ମଞ୍ଜି ଠାରୁ l*

  ଏହି ଉପାୟଟି କରନ୍ତୁ 👇

ଗୋଟିଏ ବଡ଼ ବାଲଟି ରେ ଟିକେ ଅଧିକ ପାଣି ନେଇ ସେଥିରେ ଲୁଣ ମିଶେଇବା ଆରମ୍ଭ କରନ୍ତୁ ଏବଂ ଗୋଟିଏ ଅଣ୍ଡା ଆକାରର ଆଳୁ ସେଥିରେ ବୁଡାଇ ପରୀକ୍ଷା କରୁଥାନ୍ତୁ l ଯଦି ଆଳୁ ବୁଡି ଯାଉଛି ତାହେଲେ ଆହୁରି ଲୁଣ ମିଶାନ୍ତୁ l ଗୋଟିଏ ସମୟ ଏମିତି ଆସିବ ଯେତେବେଳେ ପାଣିରେ 17% ଲୁଣ ମିଶିଯାଇଥିବ ଏବଂ ଆଳୁ ଆଉ ବୁଡିବ ନାହିଁ ବାଲଟି ଭିତରେ ଆଳୁ ଭାସିବ ଉପରେ l ବାସ୍ ଏଇଟା ହେଉଛି ପ୍ରକୃଷ୍ଟ ସମୟ ଆମର ବିହନକୁ ବାଲଟି ଭିତରେ ପକେଇବାର l ଆପଣ ଦେଖିବେ କିଛି ବିହନ ତଳେ ରହିଯିବ ଆଉ କିଛି ବିହନ ବାଲଟି ଉପରେ ଭାସୁଥିବ l ଏହି ଭାସୁଥିବା ବିହନ ଖରାପ ବା ଅଳ୍ପ ଉତ୍ପାଦନକାରୀ ତେଣୁ ଆପଣ ଏହାକୁ ଛାଣି ଆଣିବେ l କେବଳ ତଳେ ରହିଯାଇଥିବ ବିହନକୁ ପାଣିରେ 3-4 ଥର ଭଲ ଭାବରେ ଧୋଇ ତାକୁ ଚାଷ ପାଇଁ ବ୍ୟବହାର କରିବେ l


*🌾ଆମ ଗୋ ଆଧାରିତ କୃଷି 🌾 ଭାଗ - ୩(ଗ)* 

ଆଜିର ଗୋ ଆଧାରିତ କୃଷି କଥାରେ ଆମେ ଜାଣିବା କେମିତି ମଞ୍ଜି କୁ ବିଶୋଧନ କଲେ ତାହା ରୋଗ ପ୍ରତିରୋଧ ଶକ୍ତି ସମ୍ପନ୍ନ ହେବା ସହିତ ଅଧିକ ଅମଳକ୍ଷମ ହେଇପାରିବ l ଏଥିପାଇଁ ଆପଣଙ୍କୁ ନିମ୍ନଲିଖିତ ଜିନିଷଗୁଡିକ ଦରକାର ପଡିବ l

 *8 kg ବିହନ ବିଶୋଧନ ପାଇଁ ସୂତ୍ର* 

1- ତାଜା ଦେଶୀ ଗାଈ ଗୋବର ରସ ଗୋଟିଏ ଲିଟର 
2- ତାଜା ଦେଶୀ ଗାଈ ଗୋମୂତ୍ର ଗୋଟିଏ ଲିଟର 
3- ଦେଶୀ ଗାଈ କ୍ଷୀର 250ml
4- ହଳଦୀ - 20 ଗ୍ରାମ 
5- ବର ଗଛ ତଳ ମାଟି 1 kg 
6- ଚୂନ 100 ଗ୍ରାମ 
7- ଡାଲଚିନିକୁ ଘୋରି ତାର 10 ଗ୍ରାମ ପକେଇବେ l

 *👉 ଗୋବର ରସ କେମିତି ପାଇବେ?  ଗୋଟିଏ କେଜି ଗୋବର ନେବେ ସେଥିରେ 3 ଲିଟର ପାଣି ମିଶେଇ ଭଲ ଭାବରେ ଗୋଲେଇ ତାକୁ ଦୁଇ ତିନି ଥର କନାରେ ଛାଣିଦେବେ l ଏଥିରୁ 1 ଲିଟର ଗୋବର ରସ ନିଶ୍ଚୟ ଆପଣ ପାଇଯିବେ l* 

ଏସବୁକୁ ଭଲ ଭାବରେ ମିଶେଇ ଭଲ ଭାବରେ ଧୁଆ ହୋଇଥିବା 8kg ମଞ୍ଜି ସହିତ ଭଲ ଭାବରେ ମିଶେଇ ଦେଇ 12 ଘଣ୍ଟା ପାଇଁ ଛାଡ଼ିଦେବେ l ମଞ୍ଜି ଉପରେ ଏହି ଔଷଧ ଲାଗିବା ଦରକାର l 12 ଘଣ୍ଟା ପରେ ଆପଣଙ୍କ ମଞ୍ଜି ଜମି ପାଇଁ ଫିଟ ହେଇଗଲା l

ଏଥିରେ ଆମେ ଆଠ କେଜି ବିହନ ବିଶୋଧନ ପାଇଁ ସୂତ୍ର ଲେଖିଦେଲୁ l ଆପଣ  ଆପଣଙ୍କ ଆବଶ୍ୟକତା ଅନୁସାରେ ବଡ଼ ଜାଗା ନେଇ ମଧ୍ୟ ଏହି ଅନୁପାତକୁ ବ୍ୟବହାର କରି ଅଧିକ ପରିମାଣରେ ବିହନ ବିଶୋଧନ କରି ମଞ୍ଜିକୁ ଅଧିକ ଅମଳକ୍ଷମ କରିପାରିବେ l

ଆଗାମୀ ପୋଷ୍ଟ ରେ ରହିବ ମାଟି ବିଶୋଧନ ଓ ସରଳ ଉପାୟରେ ଅଧିକ ଖତ ତିଆରି କେମିତି କରିବେ ତା ବିଷୟରେ l ସେତେବେଳ ଯାଏଁ ରହିଲୁ l



Comments

Popular posts from this blog

002 ଜୈବିକ ଚାଷ

001 କିପରି କରିବେ ସଜନା ଚାଷ

003 କାଲି ହଳଦୀ