Posts

Showing posts from September, 2022

ଆମ ଗୋ ଆଧାରିତ କୃଷି- 016 ଧାନର ରୋଗ ପୋକ ପରିଚାଳନା ସଂପର୍କରେ

Image
 *ଆମ ଗୋ ଆଧାରିତ କୃଷି- 016* _ଧାନର ରୋଗ ପୋକ ପରିଚାଳନା ସଂପର୍କରେ କେତେକ ଜାଣିବା କଥା ।_ ଆମେ ଯେଉଁମାନେ ମୁଖ୍ୟତଃ ଭାତ ଖାଉ ବା ଆମର ଯେଉଁ ଅଞ୍ଚଳମାନଂକରେ ଧାନ ଚାଷ ହୁଏ , ଆମ ପାଇଁ ଧାନ ବା ଚାଉଳ ଏକ ପବିତ୍ର ଜିନିଷ । ଖାଲି ଖାଦ୍ୟ ହିସାବରେ ନୁହେଁ , ଜୀବନରେ ପ୍ରତିଦିନ ଏହା ଏତେ କାମରେ ଲାଗେ ଯେ ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ଜଙ୍ଗଲରୁ ଖୋଜି ଖୋଜି ମଣିଷ ଧାନର ଜଙ୍ଗଲୀ ଗଛରୁ ବାଛି ତାକୁ ଶହ ଶହ ବର୍ଷ ଧରି ଚାଷ କରିବାପରେ ଆମେ ବର୍ତ୍ତମାନର ଧାନର ରୂପ ଦେଖୁଛେ । ଗୋଟିଏ ଯୋଡ଼ିଏ ନୁହେଁ ହଜାର ହଜାର ପ୍ରକାରର ଧାନର ଚାଷ ହେଉଥିଲା । ଲୋକେ ବାଛି ବାଛି ଧାନର ଗୁଣ ଅନୁଯାୟୀ ଚାଷ କରୁଥିଲେ , ଚାଷ କରିବା ଭିତରେ ଫସଲ ନଷ୍ଟ କରୁଥିବା ରୋଗ ପୋକମାନଂକୁ ଚିହ୍ନଟ କରିଥିଲେ । ତାଂକୁ ଆୟତ୍ତ କରିବାକୁ ଉପାୟମାନ ମଧ୍ୟ ଖୋଜିଥିଲେ । ଏଇ କେତେବର୍ଷ ଭିତରେ ଲୋକଙ୍କ ଭିତରୁ ଦେଶୀ ଧାନ ସହିତ ରୋଗ ପୋକଙ୍କୁ ଆୟତ୍ତରେ ରଖୁବାର ଦେଶୀ କୌଶଳ ଗୁଡ଼ିକ ଉଭେଇ ଗଲା । ନୂଆ ଧାନ ସହିତ , ନୂଆ ସମସ୍ୟାମାନ ଆସିଲା । କିନ୍ତୁ ରୋଗ ପୋକଙ୍କୁ ଆୟତ୍ତ କରିବାର ଉପାୟ ଆଉ ନିଜ ହାତରେ ରହିଲା ନାହିଁ । ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିଲା । ସେଥିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଲା । ବିଷ , ଜହର ବ୍ୟବହାର କରି ଖାଲି ମାଟି , ପାଣି , ପବନ ଦୂଷିତ ହେଲାନି , ଜୀବଜନ୍ତୁ ମଲେ , ଖର୍ଚ୍ଚ ବଢ଼ିଲା , ମଣିଷ ନିଜେ ବି ସାଂଘାତିକ ରୋଗରେ ପଡ଼ି ...