Posts

Showing posts from May, 2025

002 ଜୈବିକ ଚାଷ

ଜୈବିକ ଚାଷ କ୍ଷୟପ୍ରାପ୍ତ ପରିବେଶର ସୁରକ୍ଷା ଏକ ସୁସ୍ଥ ଜଳବାୟୁ ଓ ଉତ୍ପାଦନଶୀଳ, ସ୍ଥାୟୀ ମୃତ୍ତିକା ଓ ପରିବେଶ ସଂରକ୍ଷଣ ଲକ୍ଷ ନେଇ, ରାସାୟନିକ ସାର, ରୋଗ ଓ ପୋକ ମରା ଔଷଧ ବ୍ୟବହାର ନକରି, ପ୍ରାକୃତିକ ଉପାୟରେ ଫସଲ ଚାଷ କରିବାକୁ ଜୈବିକ ଚାଷ କୁହାଯାଏ । କ୍ଷୟପ୍ରାପ୍ତ ପରିବେଶର ସୁରକ୍ଷା ଓ ଭବିଷ୍ୟତ ବଂଶଧାରମାନଙ୍କ ପାଇଁ ଏକ ସୁଖମୟ ପୃଥିବୀ ଗଠନ ଏହାର ଅନ୍ୟତମ ଉଦ୍ଦେଶ୍ୟ । ଭାରତ ବର୍ଷରେ ୬୦ଦଶନ୍ଧି ଠାରୁ ସବୁଜ ବିପ୍ଲବ ମାଧ୍ୟମରେ ଉନ୍ନତ ବିହନ, ରାସାୟନିକ ସାର ଓ ପୋକମରା ଔଷଧ ବ୍ୟବହାର କରି ଅଧିକ ଖାଦ୍ୟ ଉତ୍ପାଦନ କରାଯାଉଛି । ଏହା ଦ୍ଵାରା ଯଦିଓ ଖାଦ୍ୟ ଉତ୍ପାଦନ ବୃଦ୍ଧି ଘଟିଅଚ୍ଛି, ରାସାୟନିକ ପଦାର୍ଥର ମାତ୍ରାଧିକ ଓ ବାରମ୍ବାର ବ୍ୟବହାର ଫଳରେ ଅମଳ ଜଳ, ବାୟୁ ଓ ଖାଦ୍ୟ ପ୍ରଦୂଷଣ ହୋଇ ଆମ ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପକାଉଅଛି । ଏହା ଛଡା ମୃତ୍ତିକାର ଅମ୍ଳତ୍ଵ, ଲବଣତ୍ଵ, କ୍ଷାରତ୍ଵ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବନ୍ଧ୍ୟାଦୋଷ ମଧ୍ୟ ଦେଖାଯାଉଅଛି । ମୃତ୍ତିକା ଓ ଜଳରେ ଥିବା ସାହାଯ୍ୟକାରୀ କ୍ଷୁଦ୍ରଜୀବ ମାନଙ୍କର ଧିରେ ଧିରେ ବଂଶ ଲୋପ ପାଉଥିବାରୁ ପରିବେଶ ସନ୍ତୁଳନ ହରାଇବସୁଛି । ଅଜଣାତରେ ଆମର ପରିବେଶ ଭବିଷ୍ୟତ ବଂଶଧର ମାନଙ୍କ ପାଇଁ ଅନୁପଯୋଗୀ ହେବାକୁ ବସିଲାଣି । ଏଣୁ ଏକ ସୁନ୍ଦର ପରିବେଶ ଓ ସ୍ଥାୟୀ ଉତ୍ପାଦନକ୍ଷମ ମୃତ୍ତିକା ଗଠନର ଉଦ୍ଦେଶ୍ୟ ନେଇ ଜୈବିକ ଚାଷ ପ୍ରଣାଳୀ ଅନୁସୃତ କରାଯାଉଅଛି । ଆମ ରାଜ୍ୟର କଳା...

001 କିପରି କରିବେ ସଜନା ଚାଷ

Image
କିପରି କରିବେ ସଜନା ଚାଷ ଅମଳ ସଜନା ସାଧାରଣତଃ ଆମ ରାଜ୍ୟର ପ୍ରାୟ ଘରେ ଘରେ ଦେଖୁବାକୁ ମିଳେ । ଏହାର ଛୁଇଁ ଏବଂ ଶାଗକୁ ତରକାରିରେ ବ୍ୟବହାର କରାଯାଏ । ସଜନାର ପତ୍ର ଓ ଫଳରେ ପ୍ରଚୁର ପରିମାଣର ଫସଫରସ୍ ଏବଂ ଆଇରନ ରହିଛି । ବର୍ଷିକିଆ କିସମର ଗଛଗୁଡିକ ବୁଦା ହୋଇ ବଢେ । ପ୍ରଥମ ମୂଳ ଫସଲ ପରେ, ୩-୪ ବର୍ଷ ପର୍ଯ୍ୟନ୍ତ ମୂଳ ଫସଲରୁ ଭଲ ଅମଳ ମିଳିଥାଏ । ଏହାର ମଞ୍ଜିରୁ ବେନ ଅଏଲ ନାମକ କାରଖାନା ଉପଯୋଗୀ ମୂଲ୍ୟବାନ ତେଲ ବାହାର କରାଯାଏ । ମୃତ୍ତିକା ଓ ଜଳବାୟୁ ନିଗିଡା, ଦୋରସାରୁ ବାଲି ଦୋରସା ଏବଂ ମାଟି ଯାହାର ଅମ୍ଳତା ୬.୦ ରୁ ୭.୫ ହୋଇଥବ ସେ ମାଟି ଚାଷ ପାଇଁ ଉତ୍କୃଷ୍ଟ। ଏହା ଏକ ଗ୍ରୀଷ୍ଟ ମଣ୍ଡଳୀୟ ଫସଲ ହୋଇଥବାରୁ ଆମ ରାଜ୍ୟରେ ଏହାର ଚାଷ ଭଲ ଭାବରେ କରାଯାଇପାରେ । କିସମ ବ୍ୟବସାୟିକ ଭିତ୍ତିରେ ବର୍ଷିକିଆ (ବୁଦା କିସମ) ସଜନା ଚାଷ କରାଯାଉଅଛି । ବୁଦା କିସମଗୁଡିକ ହେଲା ଲମ୍ବା ଫଳ (୬୦-୯୦ ସେ.ମି.)- ODC3, ପି.କେ.ଏମ-୧ ଓ ପି.କେ.ଏମ-୨ । ଛୋଟ ଫଳ (୨୦-୩୦ ସେ.ମି.)-କୋଡିକାଲ ମୁରିଙ୍ଗା, କାଟୁ ମୁରିଙ୍ଗା ।  ODC3 Seeds ବିହନ ବୁଦା କିସମଗୁଡିକୁ ମଞ୍ଜିରୁ ପଲିଥୁନରେ ଚାରା କରି ୪୦-୪୫ ଦିନରେ ଚାରା ଲଗାଯାଏ । ଲଗାଇବା ପୂର୍ବରୁ ମଞ୍ଜି ଗୁଡିକୁ କାର୍ବେଣ୍ଡାଜିମ (ବାଭିଷ୍ଠିନ)। ରେ ବିଶୋଧନ କରିବା ନିହାତି ଦରକାର । ଏକର ପ୍ରତି ୨୫୦ ଗ୍ରାମ ମଞ୍ଜି ଓ ହେକ୍ଟର ପ୍ରତି ୬୨୫ ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ । ଲଗାଇବା ପ୍ର...